• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ

Dଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ୨୦୧୪ ରୁ ମାଛ ମାର୍କେଟ ଓ ଏଲ.ଆଇ.ସି. କାର୍ଯ୍ୟାଳୟ ନିକଟସ୍ଥ ଅନୁଗୋଳଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଅନୁଗୋଳ ନିଜସ୍ଵ କୋଠାରେ କାର୍ଯ୍ୟକାରୀ ହୋଇ ଆସୁଅଛି। ଏହା ପୂର୍ବରୁ ଉକ୍ତ କାର୍ଯ୍ୟାଳୟ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କୋଠାରେ ଅବସ୍ଥାନ କରୁଥିଲା । ଏହି କାର୍ଯ୍ୟାଳୟ ମାଧ୍ୟମରେ ଜିଲ୍ଲାର ବାର୍ଷିକ ଓ ପଞ୍ଚବାର୍ଷିକ ଯୋଜନା, ସାଂସଦୀୟ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି, ବିଧାୟକ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠି, ସ୍ୱତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ,ପଶ୍ଚିମାଞ୍ଚଳ ଓଡିଶା ବିକାଶ ପରିଷଦ ପାଣ୍ଠି. ଏବଂ କ୍ରିଟିକାଲ ଗ୍ୟାପ ଫଣ୍ଡ କାର୍ଯ୍ୟକାରୀ ହେଉଅଛି ।

ପ୍ରଶାସନିକ ବିଭାଗ:

ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଓଡିଶା ସରକାରଙ୍କର ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ କାର୍ଯ୍ୟ କରୁଅଛି ।

ଜନ କର୍ତ୍ତୃପକ୍ଷଙ୍କ ଇତିହାସ/ପୃଷ୍ଠଭୂମି/ଉଦ୍ଦେଶ୍ୟ/ପ୍ରସ୍ତାବ

ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗର ଅଧିସୂଚନା ନଂ ୪୯୧୩୭/ପି ତା. ୦୭.୦୧.୧୯୯୨ ଅନୁଯାୟୀ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଅନୁଗୋଳ କାର୍ଯ୍ୟକରି ଆସୁଅଛି ।
ଏହି କାର୍ଯ୍ୟାଳୟ ବାର୍ଷିକ ଯୋଜନା/ପଞ୍ଚ ବାର୍ଷିକ ଯୋଜନା/ଭବିଷ୍ୟତ ଯୋଜନାର ପ୍ରସ୍ତୁତିକରଣ ଏହି କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ।

ସଫଳତା

ମାର୍ଚ୍ଚ ୨୦୧୮ ସୁଦ୍ଧା ବିଭିନ୍ନ ଯୋଜନାରେ ସଫଳତା ଲାଭ କରିଥିବା ତଥ୍ୟ (କ୍ରମବର୍ଦ୍ଧିଷ୍ଣୁ )
କାର୍ଯ୍ୟକର୍ମଆର୍ଥିକ ସଫଳତା (ଶତକଡ଼ାରେ)ଭୌତିକ ସଫଳତା (ଶତକଡ଼ାରେ)
ସାଂସଦୀୟ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି୮୬.୦୩୯୦.୬୦
ବିଧାୟକ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି୮୩.୧୦୯୨.୭୧
ସ୍ୱତନ୍ତ୍ର ସମସ୍ୟା ପାଣ୍ଠି୬୯.୫୫୭୦.୨୫
ସ୍ୱତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ୬୪.୩୦୭୨.୯୩
ପଶ୍ଚିମାଞ୍ଚଳ ଓଡିଶା ବିକାଶ ପରିଷଦ ପାଣ୍ଠି ୯୪.୬୨୭୮.୫୫
କ୍ରିଟିକାଲ ଗ୍ୟାପ ଫଣ୍ଡ୫୮.୦୪୪୫.୪୫

କାର୍ଯ୍ୟାଳୟର ଠିକଣା
ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ
ଏଲ.ଆଇ.ସି. ଅଫିସ ନିକଟ
ସା / ପୋ / ଜ଼ିଲ୍ଲା – ଅନୁଗୋଳ
ପିନ -୭୫୯୧୨୨
ଦୂରଭାଷ। ନ – ୦୬୭୬୪-୨୩୦୩୨୦
ଇ ମେଲ – dploangul@gmail.com